କୁଡ୍ଡାଲୋର୍: ଆଜି ତାମିଲନାଡୁର କୁଡ୍ଡାଲୋର୍ ଜିଲ୍ଲାରେ ୨ଟି ବସ୍ ମୁହାଁମୁହିଁ ଧକ୍କା । ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭୦ଜଣ ଆହତ ହୋଇଥିବା କଥା ପୁଲିସ କହିଛି। କୁଡ୍ଡାଲୋର୍ ଜିଲ୍ଲାର ନେଲ୍ଲିକୁପ୍ପମ୍ ନିକଟ ପଟ୍ଟମବକ୍କମରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଘରୋଇ ବସ୍ ଦୁଇଟି କୁଡ୍ଡାଲୋର୍ ଏବଂ ପାନରୁତି ମଧ୍ୟରେ ଚଳାଚଳ କରନ୍ତି। ଗୋଟିଏ ବସର ଆଗ ଚକ ଟାୟାର୍ ଫାଟି ଯିବାରୁ ତାହା ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ସଡ଼କର ବିପରୀତ ପଟୁ ଆସୁଥିବା ଆଉ ଗୋଟିଏ ବସ୍ ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାର ବରିଷ୍ଠ ରାଜସ୍ବ ଅଧିକାରୀ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନସ୍ ଆସିବା ପୂର୍ବରୁ ଆହତମାନଙ୍କୁ ସ୍ଥାନୀୟ ଲୋକେ କୁଡ୍ଡାଲର୍ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ।
Views: 71