ଭୁବନେଶ୍ୱର :ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ମୌସୁମୀ ବାୟୁ। ଗତକାଲି ବଙ୍ଗୋପସାଗରରେ ଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣପୂର୍ବ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ପ୍ରଭାବରେ ୨ଦିନ ଯାଏ ରାଜ୍ୟରେ କିଛି କିଛି ଅଞ୍ଚଳରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ପାଇଁ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୩ ତାରିଖରୁ କମିବ ବର୍ଷାର ପରିମାଣ।
Views: 103











