ବ୍ରହ୍ମପୁର : ଦିଗପହଣ୍ଡି ଥାନା ମହୁଡା ଗାଁରେ ଡବଲ ମର୍ଡର । ପୂର୍ବ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବତ୍ତ । ହତ୍ୟା ପରେ ୨ ଜଣଙ୍କୁ ଜାଳି ଦେଇଥିବା ସୂଚନା । ମୃତକ ହେଲେ ଶିବ ଗୌଡ଼ା ଓ ଲିଟୁ ଗୌଡ଼। ହତ୍ୟା ପରେ ଉଭୟଙ୍କୁ ଗାଡି ସହ ପୋଡି ଦେଇଛନ୍ତି ଦୁବୃର୍ତ୍ତ । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୋଲିସର ଛାନଭିନ । ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପରେ ଗାଁ ମୁଣ୍ଡରେ ଜାଳି ଦେଇଥିଲ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। କେଉଁ କାରଣ ପାଇଁ ଏହି ଦୁଇ ଜଣଙ୍କ ଦୁର୍ବୃତ୍ତମାନେ ହତ୍ୟା କଲେ ପୋଲିସ ତଦନ୍ତ କରିବା ସହ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।
Views: 91











