The Ultimate Managed Hosting Platform
ADVERTISEMENT

୨ ଗାଁ ମଧ୍ୟରେ ପୋଡାଜଳା ; BNS ୧୬୩ ଜାରି

Facebook
Twitter
LinkedIn

ମାଲକାନଗିରି : ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପରେ ବିଏନଏସ ୧୬୩ ଜାରି । ଗାଁରେ ପୋଲିସ ଛାଉଣି । ଏମଭି -୨୬ ଓ ରାଖେଲଗୁଡା ଗାଁର ୧୦ କିମି ପରିଧି ମଧ୍ୟରେ ୧୬୩ ଜାରି । ଏମଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି ଘୋଷଣା । ରାଖେଲଗୁଡାର ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ଗୋଷ୍ଠୀ ସଂଘର୍ଷରେ ଗାଁର କାହା ଘରର ଝରକା ଭାଙ୍ଗିଛି ତ ଆଉ କାହାର ଅଜବେଷ୍ଟ ଭାଙ୍ଗିଛି । କିଛି ଘରେ ନିଆଁ ଲଗାଇ ଜାଳି ଦିଆଯାଇଛି । ଗାଡ଼ିମୋଟର ମଧ୍ୟ ପୋଡ଼ି ଦିଆଯାଇଛି । ପୋଲିସ ସାମ୍ନାରେ ହୋଇଥିଲା ଲଙ୍କାକାଣ୍ଡ । ଭୟରେ କିଛି ସମୟ ପାଇଁ ପୋଲିସ ମଧ୍ୟ ପଳାଇଥିଲା । ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login