ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଧାର୍ୟ୍ୟ ସରିଛି । ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିବେ। ଜାଗା ବି ସ୍ଥିର ହୋଇ ସାରିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କାର୍ୟ୍ୟକ୍ରମରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ଓ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହି କାର୍ୟ୍ୟକ୍ରମରେ ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ । ବିଜେଡି ଓ ବିଜେପିକୁ କେମିତି ରୋକାଯାଇପାରିବ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ସେନେଇ ରଣନୀତି କରିବେ ଖଡଗେ ।
Views: 82











