ନୂଆଦିଲ୍ଲୀ : ଆସନ୍ତା ୨୮ରେ ଉଦଘାଟନ ହେବ ସଂସଦର ନୂଆ ବିଲ୍ଡିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ । ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମଧ୍ୟରେ ୧୨ ଶହ ୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି । ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ରହିଛି ।
ଗତକାଲି ଲୋକସଭା ବାଚସ୍ପତି ଓମ ର୍ବିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ସେ ତାଙ୍କୁ ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି ।
Views: 71