ଭୁବନେଶ୍ୱର : ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ ଝୁମିବେ ରାଜଧାନୀବାସୀ। ବାଲିଯାତ୍ରାକୁ ନେଇ ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କମିଟିର ସଦସ୍ୟ ଓ ବିଭିନ୍ନ ବିଭାଗରର ଅଧିକାରୀମାନେ ଉପସ୍ଥିତି ଥିଲେ।
Views: 84