କଣ୍ଟାବାଞ୍ଜି : ୨୬ ଜଣ ଦାଦନ ଉଦ୍ଧାର । ୨ ଜଣ ଦଲାଲ ଅଟକ । ଗତକାଲି ବିଳମ୍ବିତ ରାତିରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ । ଏମାନଙ୍କ ଘର ସମ୍ବଲପୁର ଜିଲ୍ଲା ଗୋଡଭଙ୍ଗା ବ୍ଲକ ଧନକଉଡା ଓ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଲାଠୋର ଗାଁ ର ବୋଲି ଜଣାପଡିଛି। ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୧୨ ପୁରୁଷ , ୫ ଶିଶୁ, ୯ ମହିଳା ଅଛନ୍ତି । କଣ୍ଟାବାଞ୍ଜି ଥାନାରେ ୨ ଜଣ ଦାଦନ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୋଲିସ। ବେଆଇନ ଦାଦନ ଚାଲାଣ ହେଉଥିବା ଜଣାପଡିଛି କ୍ଷ ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠେଇ ଦେଇଛି ପୋଲିସ ।
Views: 80