The Ultimate Managed Hosting Platform
ADVERTISEMENT

୨୬ କିଲୋ ଗଞ୍ଜେଇ ଜବତ , ଦୁଇ ମାଫିଆ ଗିରଫ

Facebook
Twitter
LinkedIn

ପାରଳାଖେମୁଣ୍ଡି : ୨୬ କିଲୋ ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଜବତ ହୋଇଛି ଗଞ୍ଜେଇ । ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ରାଜ୍ୟର ବିକାଶ କାଠୁଆଶ ଓ ରୀତୁ ମିନା । ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଅଡବା ଥାନାରେ କେସ ନମ୍ବର ୧୯୪/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉକ୍ତ ଗଞ୍ଜେଇ ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ପୁଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ପତ୍ରକୁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କରି ତେଲରେ ରୂପାନ୍ତର କରିବା ଆରମ୍ଭ କରିଛନ୍ତି ମାଫିଆ। ଯାହାକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଥିଲା। କିନ୍ତୁ କୌଣସି ସୂତ୍ରରୁ ଏହି ଖବର ଚିତ୍ରକୋଣ୍ଡା ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସ ତତ୍ପରତା ପ୍ରକାଶ କରି ଏସାର ଛକରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ୮ଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ। ସେମାନଙ୍କୁ ପିଛା କରିଥିଲେ ସୁଦ୍ଧା କାବୁ କରିବାରେ ପୁଲିସ ବିଫଳ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login