The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୨୬୦୩ ଗାଁରେ ନାହିଁ ମୋବାଇଲ ସେବା :ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ଅଦ୍ୟାବଧି ମୋଟ ୫୧,୧୭୬ ଗାଁରୁ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି? ଏହାସହ ସେହି ଅଞ୍ଚଳରେ ମୋବାଇଲ ଟେଲିଫୋନ୍ ସେବା ଯୋଗାଇବା ପାଇଁ ସରକାରଙ୍କ ଯୋଜନା କଣ? ଏହାର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ୟ୍ୟନ୍ତ ୫୧ ହଜାର ୧୭୬ ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ଗୃହରେ ଉତ୍ତର ଦେଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ ପ୍ରସ୍ତାବ ଅଛି । ୧୫୭୨ଟି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି । ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାୱାର କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ବିହାର : ଜାତୀୟ ପଞ୍ଚାୟତି ରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ଓମ ଶାନ୍ତି...

ADVERTISEMENT
ନକ୍ସଲ କ୍ୟାମ୍ପ ଧ୍ୱଂସ

ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର

ବିଜାପୁର : ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର । ବିଜାପୁର ଜିଲ୍ଲା କରେଗୁଟ୍ଟା ଜଙ୍ଗଲରେ ୩ ମାଓବାଦୀ ନିହତ । ମାଓବାଦୀ ଲୁଚିଥିବା ନେଇ ଅଞ୍ଚଳରେ ସର୍ଚ୍ଚ ଅପରେସନ...

Login