The Ultimate Managed Hosting Platform
ADVERTISEMENT

୨୬ରେ ରାଜନୀତିର ହାଇଡ୍ରାମା ।

Facebook
Twitter
LinkedIn

ଆସନ୍ତା ୨୬ତାରିଖରେ ରାଜ୍ୟରେ ଦେଖିବାକୁ ମିଳିବ ଏକ ବଡ ରାଜନୈତିକ ହାଇଡ୍ରାମା । ଗୋଟିଏ ପଟେ ପୁରୀରେ ବିଜେଡି ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସିଲଭର ଜୁବଲୀ ପାଳନ କରିବାକୁ ଯାଉଛି । ଆଉ ଅନ୍ୟପଟେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ସଜ ହେଉଛି ।

ବିଜେଡି ସିଲଭର ଜୁବଲି ପାଳନ ନେଇ ଜୋରସୋରରେ ପ୍ରସ୍ତୁତି ଚଳାଇଥିବାବେଳେ ସବୁ ମଣ୍ଡଳରେ ସେହିଦିନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବୋଲି ସୂଚନା ଦେଇଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ୨୩ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ନାରୀ ନିର୍ଯାତନା ବୃଦ୍ଧି ପାଇଛି, ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଛି ।

ତେବେ ବିଜେଡି ପ୍ରତିଷ୍ଠା ଦିବସରେ ବିଜେପି ସତ୍ୟାଗ୍ରହ କରିବାକୁ ଘୋଷଣା କରିବା ପରେ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଦେବୀ ମିଶ୍ର ବିଜେପିିକୁ ପାଲଟା ପ୍ରଶ୍ନ କରି ପଚାରିଛନ୍ତି, ୟୁପିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କ’ଣ କଲେ ତାହା ସମସ୍ତେ ଜାଣନ୍ତି । ଏବେ ବିଜେଡି ଏକ ରାଜନୈତିକ ଦଳରେ ସୀମିତ ନାହିଁ, ଏକ ଆନ୍ଦୋଳନରେ ପରିଣତ ହୋଇଛି । ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ରହିଛି । ସେମାନଙ୍କ ମଧ୍ୟରେ ଭାଇ-ଭାଇର ସମ୍ପର୍କ, ପ୍ରତିବାଦ କେବଳ ଅଭିନୟ  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଦୁଇ ଦଳ ମଧ୍ୟରେ ବୟାନବାଜି ଚାଲିଥିଲେ ବି ସଂସଦରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମର୍ଥନ କରି ଆସୁଛି ବିଜେଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login