ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ । ସରକାର ପ୍ରତିଶ୍ରୁତି ପୂରଣ ନ କରିବାରୁ ଆନେ୍ଦାଳନକୁ ଜୋରଦାର କରିବ ଶିକ୍ଷକ ସଂଘ । ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଗତ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ରାଲି ଓ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରତିବାଦ ଜଣାଇଥିଲେ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଥିଲା ବେଳେ ବୈଠକ ପରେ ମଧ୍ୟ ଶିକ୍ଷକମାନଙ୍କର କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ କିମ୍ବା ଶିକ୍ଷକ ନେତୃତ୍ୱମାନଙ୍କ ସହିତ ସରକାର ଏଯାବତ୍ ଆଲୋଚନା କରିନାହାନ୍ତି । ଏଣୁ ଶିକ୍ଷକମାନଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିଦେଇ ତାହା ପାଳନ ନକରିବା ପ୍ରତିବାଦରେ ଆଗାମୀ ୨୫ ତାରିଖ ବିଧାନସଭା ଅଧିବେଶନ ସମୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନେ୍ଦାଳନକୁ ଓହ୍ଲାଇବ ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
୨୫ରୁ ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











