The Ultimate Managed Hosting Platform
ADVERTISEMENT

୨୪ରେ ଆଉ ଏକ ଲଘୁଚାପ କ୍ଷେତ୍ର !

Facebook
Twitter
LinkedIn

ଭୁବନେଶ୍ୱର : ୨୪ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଆଶଙ୍କା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ଆସନ୍ତା ଦୁଇ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

Login