ଭୁବନେଶ୍ୱର : ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ଆଲୋଚନାରେ କହିଲେ ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶନୀକୁ ମଧ୍ୟ ହତ୍ୟା କରିିଥିଲା । ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା କହିଲେ ଆଇନମନ୍ତ୍ରୀ । ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହେଲା ବୋଲି ସେତେବେଳେ କୁହାଗଲା । ଯେଉଁ ଟ୍ରକ ଦୁର୍ଘଟଣା କରିଥିଲା କୁହାଗଲା , ସେଦିନ ସେହି ଟ୍ରକ ରାଉରକେଲାରେ ଥିଲା । ସେତେବେଳେ କାହା ସରକାର ଥିଲା, ସତ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା । କିନ୍ତୁ ସେତେବେଳର ସରକାର କେମିତି ଦୁର୍ଘଟଣା ଘଟିଲା ତଦନ୍ତ ନ କରି ଚାପି ଦେଲେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି ।
Views: 70