ନୂଆଦିଲ୍ଲୀ : ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ଗୁଜୁରାଟର ସୁରଟରେ ପ୍ରସ୍ତୁତ ହୋଇରହିଛି । ଆସନ୍ତା ବର୍ଷ ପରୀକ୍ଷାମୂଳକ ଭାବେ ଏହାର ରନ୍ ଆରମ୍ଭ ହେବ । ଏହା ମଧ୍ୟ ଆଶା କରାଯାଉଛି ଯେ ବୁଲେଟ୍ ଟ୍ରେନ୍ ୨୦୨୯ ସୁଦ୍ଧା ଟ୍ରାକରେ ଚାଲିବା ଆରମ୍ଭ କରିବବୁଲେଟ୍ ଟ୍ରେନ୍ । ସୁରଟ ନିକଟରେ ୩୦୦ କିଲୋମିଟର ଲମ୍ବା ଭାୟାଡକ୍ଟ କାମ ଏବେ ସମାପ୍ତ ହୋଇଛି । ଯେଉଁଥିରେ ଏକ ୪୦ ମିଟର ପୂର୍ଣ୍ଣ-ସ୍ପାନ୍ ବକ୍ସ ଗାର୍ଡର ମଧ୍ୟ ଅନ୍ତର୍ଭୁକ୍ତ । ରେଳ ମନ୍ତ୍ରଣାଳୟ କିଛି ଫଟୋ ଜାରି କରିଛି । ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବ । ଏହି ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ୧୪ ସେପ୍ଟେମ୍ବର ୨୦୧୭ରେ ଅହମ୍ମଦାବାଦରେ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।
Views: 25