The Ultimate Managed Hosting Platform
ADVERTISEMENT

୨୦୨୬ରେ ବେଙ୍ଗଲରେ ବିଜେପି ସରକାର ; ଶାହା

Facebook
Twitter
LinkedIn

ନୂଆଦିଲ୍ଲୀ : ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକତାରେ ଅମିତ ଶାହଙ୍କ ରଣହୁଁକାର । ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ କହିଲେ । ୨୦୨୪ରେ ଓଡିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ । ୨୦୨୬ରେ ଦ୍ୱିତୃତୀୟାଂଶରେ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ଗଢିବୁ । ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି । ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ ଯାଇଛନ୍ତି କହିଲେ । ଆଜିକା ଦୁନିଆରେ ବେଙ୍ଗଲ ଅନୁପ୍ରବେଶକାରୀଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଛି । ବେଙ୍ଗଲରେ ମହିଳା ମାନେ ଅସୁରକ୍ଷିତ , ରାତିରେ ଘରୁ ବାହାରିବା ବିପଦ । ଏଠାରେ କଣ ମୋଗଲ ଶାସନ ଚାଲିଛି କି ବୋଲି ପଚାରିଲେ ଶାହା । ସଂସଦରେ ବନେ୍ଦ ମାତରମ ଚର୍ଚ୍ଚାକୁ କିପରି ଟିଏମସି ବିରୋଧ କଲା ପଚାରିଲେ । ମମତା ବାନାର୍ଜୀ ଏହାର ଜବାବ ଦେବାର ଆବଶ୍ୟକତା ରହିଛି । ଦେଶର ଜିଡିପି ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫ ରହିଛି । ମାତ୍ର ଆଜି ଯେଉଁ ଶିଳ୍ପ ସଂସ୍ଥା ବେଙ୍ଗଲ ଆସୁଛନ୍ତି , ଫେରି ଯାଉଛନ୍ତି । ଆୟୁଷ୍ମାନ ଭାରତ ଲାଗୁ ନ କରି ମମତା ଗରିବଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି । ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ସାରିଛନ୍ତି ମମତା । ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟବହାର ଆଦୈା ଗ୍ରହଣୀୟ ନୁହେଁ । ସରକାରୀ କାର୍ଯ୍ୟକ୍ରମକୁ ମୋଦି ଆସୁଥିଲା ବେଳେ ମମତା ଅନୁପସ୍ଥିତ ରହୁଛନ୍ତି । ଦେଶର ସବୁ ଶିଳ୍ପ ପ୍ରଥମ କରି ବେଙ୍ଗଲରେ ଆରମ୍ବ ହୋଇଥିଲା । ମାତ୍ର ଏସବୁ ମମତାଙ୍କ ଶାସନରେ ନୁହେଁ , ପୂର୍ବରୁ ଆରମ୍ଭ ହୋଇଥିଲା । ମାତ୍ର ଆଜିକା ଦିନରେ ୭ ହଜାର ଶିଳ୍ପ ବେଙ୍ଗଲ ଛାଡି ପଳାଇଲେଣି । ଶିଳ୍ପ ସଂସ୍ଥାଗୁଡିକ ବେଙ୍ଗଲ ଛାଡୁଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି । ବେଙ୍ଗଲର ଅସ୍ତିତ୍ୱ ପ୍ରତି ଆଜି ବିପଦ ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ମମତା ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ବିରୋଧ କରିବା ମମତାଙ୍କ ସ୍ୱଭାବ ପାଲଟିଛି । ମମତାଙ୍କ ବିରୋଧ ପାଇଁ କୋଲକତା ମେଟ୍ରୋ ଆଗେଇ ପାରୁନି । ଅନ୍ୟ ଅଣବିଜେପି ଶାସିତ ରାଜ୍ୟରେ ମେଟ୍ରୋ ପାଇଁ ସମସ୍ୟା ନାହିଁ , ଏଠି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login