The Ultimate Managed Hosting Platform
ADVERTISEMENT

୨୦୨୪ ରେ ସୋନପୁର ଗଡ କାହା ଦଖଲ ରେ ?

Facebook
Twitter
LinkedIn

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବିଧାନ ସଭା କ୍ଷେତ୍ର ସୋନପୁର
ସୋନପୁର ଆସନ ଏ ପର୍ୟ୍ୟନ୍ତ ରହିଆସିଛି ବିଜେଡି ଦଖଲ ରେ
ତିନି ତିନି ଥର ନିରଞ୍ଜନ ପୂଜାରୀ ଙ୍କୁ ସୋନପୁର ବାସୀ ପିନ୍ଧାଇ ସାରିଛନ୍ତି ବିଜୟ ମୁକୁଟ
୨୦୨୪ ପାଇଁ ସୋନପୁର ବାସୀ କେଉଁ ଦଳ କୁ ବଛିବେ ,ତାହା ଏବେ ସସ୍ପେନ୍ସ
ଏଥର ସୋନପୁର ବାସୀ ,ଦଳ କୁ ବାଛିବେ ନା ପ୍ରାର୍ଥୀକୁ
ହଁ ଆଜ୍ଞା, ଆମେ କହୁଛୁ , ପଶ୍ଚିମ ଓଡ଼ିଶା ର ଅନ୍ୟତମ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସୋନପୁର ର କଥା କ୍ଷ ୨୦୨୪ ସାଧାରଣ ନିର୍ବାଚନ କୁ ଆଉ ଦିନ କେଇଟା ଥିବାବେଳେ , ଏଠାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ । ୩ ପ୍ରମୁଖ ରାଜନୈତିକ ଦଳ ର ନେତା ଠାରୁ କର୍ମୀ ସମସ୍ତେ ହୋଇ ଉଠି ଲେଣି ଚଲ ଚଞ୍ଚଳ । ଆସନ ଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨୦୦୯ ରୁ ଏଯାବତ୍ ବିଜେଡି ଦଖଲ ରେ ରହି ଆସିଛି । ଏମିତି କି ଏଠାରୁ ତିନି ତିନି ଥର ବିଜୟୀ ହୋଇ ବିଧାନ ସଭା କୁ ଏଣ୍ଟ୍ରି କରିସାରିଛନ୍ତି ନିରଞ୍ଜନ ପୂଜାରୀ । ଏ ପାରିପେକ୍ଷି ରେ କିଏ କେଉଁ ଦଳ ରୁ ଟିକେଟ ପାଇବ ସେ ନେଇ ସାଧାରଣ ରେ ଯୋର୍ ଧରିଛି ଚର୍ଚ୍ଚା । ବିଜେଡି ଏଥର ମଧ୍ୟ ନିରଞ୍ଜନ କୁ ଭରଷା କରି ପାରେ ବୋଲି ଗୋଟେ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଦଳ କାହାକୁ କରିବ ପ୍ରାର୍ଥୀ ସେ ନେଇ ଲାଗିରହିଛି ସସ୍ପେନ । ଅପର ପକ୍ଷରେ ଟିକେଟ ଆଶାୟୀ ପ୍ରାର୍ଥୀ ମାନେ ଟିକେଟ ହାତେଇବା ପାଇଁ ନିଜ ନିଜ ଦକ୍ଷତା ପ୍ରଦର୍ଶନୀ ରେ ରହି କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତା ଙ୍କ ନିକଟତର ହୋଇ ବସିଲେଣି ।ଅନ୍ୟପଟେ ଯଦି ସୋନପୁର ର ନିର୍ବାଚନୀ ଇତିହାସ ଦେଖିବା ତେବେ, ୨୦୦୯ ମସିହା ରୁ ଏ ପର୍ୟ୍ୟନ୍ତ ବିଜେଡି ର ବିଜୟ ଧାରା ଅବ୍ୟାହତ ରହିଛି । ୨୦୦୯ ରେ ବିଜେଡି ରୁ ନିରଞ୍ଜନ ପୂଜାରୀ ୬୮୮୪୪ଖଣ୍ଡ ଭୋଟ ପାଇ ଜିତିଥିବା ବେଳେ ,ବିଜେପି ରୁ ନବକୃଷ୍ଣ ଦନ୍ତା ୪୦୫୩୭ ଓ କଂଗ୍ରେସ ରୁ ଜିତେନ୍ଦ୍ର ପଟ୍ଟନାୟକ ୩୬୦୪୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସେହିପରି ୨୦୧୪ ର କଥା ଯଦି ଦେଖିବା ତେବେ , ନିରଞ୍ଜନ ପୂଜାରୀ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ବିଜେପି ର ପ୍ରମୋଦ ମହାପାତ୍ର ଓ କଂଗ୍ରେସ ର ସର୍ବେଶ୍ଵର ପୁରୋହିତ ଙ୍କୁ ପରାସ୍ତ କରି ବଡ ବ୍ୟବଧାନରେ ବିଜୟୀ ହୋଇଥିଲେ କ୍ଷକ୍ଷ କିନ୍ତୁ ୨୦୧୯ କଥା ଯଦି ଆମେ କହିବା ,ତେବେ ନିରଞ୍ଜନ ଙ୍କୁ ଏହି ନିର୍ବାଚନ ଜିତିବା ଟା ସେତେ ସହଜ ନ ଥିଲା । ରାଜନୀତି ମଇଦାନ ରେ କାକା ପୁତୁରା ର ଲଢେଇ ଥିଲା ଖୁବ୍ ରୋଚକ । କାକା ଅଶୋକ ପୂଜାରୀ ବିଜେପି ରୁ ଓ ପୁତୁରା ନିରଞ୍ଜନ ପୂଜାରୀ ବିଜେଡି ରୁ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନ କୁ ଓହ୍ଲାଇଥିଲେ ।ଯାହା ଫଳରେ ଏଠାରେ ଉଭୟ ଦଳ ର ନେତା ,କର୍ମୀ ଏମିତିକି ସାଧାରଣ ଭୋଟର ଙ୍କ ମଧ୍ୟ ହୃଦ୍ ସ୍ପନ୍ଦନ ବଢ଼ି ଯାଇଥିଲା । ଶେଷରେ ପୁଣି ନିରଞ୍ଜନ ବିଜୟୀ ହୋଇଥିଲେ ଓ ବିରୋଧୀଙ୍କୁ ସ୍ବୀକାର କରିବାକୁ ପଡ଼ିଥିଲା ପରାଜୟ । ଅନ୍ୟ ଅର୍ଥ ରେ କହିବାକୁ ଗଲେ ବିରୋଧୀ , ବିଜେଡି ର ବିଜୟ ଧାରା କୁ ରୋକି ପାରିନଥିଲେ ।ଏଥିରେ ବିଜେଡି ରୁ ନିରଞ୍ଜନ ୯୯,୦୭୩ ଖଣ୍ଡ ଭୋଟ ପାଇ ଥିବା ବେଳେ ବିଜେପି ରୁ ଅଶୋକ ପୂଜାରୀ ୭୭,୩୪୭ ଖଣ୍ଡ ଓ କଂଗ୍ରେସ ରୁ ଚିତ୍ତ ରଂଜନ ମିଶ୍ର ୨୩,୩୨୬ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ୨୦୨୪ ରେ ଯଦି ବିରୋଧୀ ଦଳ ଉଚିତ୍ ପ୍ରାର୍ଥୀ ଦେବ ତେବେ , ବିଜେଡି ର ବିଜୟ ଧାରା କୁ ରୋକାଯାଇପାରେ ବୋଲି ସୋନପୁର ରାଜନୈତିକ ସମୀକ୍ଷକ ମତ ଦିଅନ୍ତି । ଏ ପଟେ , ବିଜେଡି ରୁ କେବଳ ନିରଞ୍ଜନ ପୂଜାରୀ ଆଶାୟୀ ପ୍ରାର୍ଥୀ ଥିବା ବେଳେ ,ବିଜେପି ଓ କଂଗ୍ରେସ ରୁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଖୁବ୍ ଲମ୍ବା । ବିଜେପି ରୁ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ଅଶୋକ ପୂଜାରୀ, ଯୁବ ଚେହେରା ସାନନ୍ଦ ମେହେର , ଶରତ ଶତପଥୀ ଆଶାୟୀ ଥିବାବେଳେ କଂଗ୍ରେସ ରୁ ମଧ୍ୟ ଅନେକ ଆଶାୟୀ ରହିଛନ୍ତି । କିନ୍ତୁ ପୂର୍ବତନ ଜିଲ୍ଲା ସଭାପତି ବଳଦେବ ବେଦ ବାକ୍ ଙ୍କ ନାମ ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି । ତାକୁ ଜିଲ୍ଲା ବିଜେପି ଦାୟିତ୍ବ ରୁ ଟିକେ ଦୂରେଇ ଦେଇଥିଲେ ବି ଶେଷ ମୁହୂର୍ତ୍ତରେ ନିରଞ୍ଜନ ପୂଜାରୀ ଙ୍କ ବିଜୟ ଧାରା କୁ ରୋକିବା ପାଇଁ ବିଜେପି ର ଶୀର୍ଷ ନେତୃତ୍ୱ ତାଙ୍କୁ ବି ଭରଷା କରିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ କୁହନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login