ଭୁବନେଶ୍ୱର : ନିର୍ବାଚନ ଲଢ଼ିବେନି ବିଜେଡିର ଚର୍ଚ୍ଚିତ ଚେହେରା ଭି କାର୍ତ୍ତିକେୟନ ପାଣ୍ଡିଆନ। ସେ ୨୦୨୪ରେ ନିର୍ବାଚନ ଲଢ଼ିବେନି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ପାଣ୍ଡିଆନ କାମ କରିବେ। ସେ ଦଳର ସକ୍ରିୟ ସଦସ୍ୟ ଭାବେ କାର୍ୟ୍ୟ କରିବେ। ସେ ଲୋକଙ୍କ ସେବାରେ ନିୟୋଜିତ ରହିବେ ବୋଲି ଆଜି କାର୍ୟ୍ୟକାରିଣୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସ୍ପଷ୍ଟ କରିଛନ୍ତି।
Views: 90











