The Ultimate Managed Hosting Platform
ADVERTISEMENT

୨୦୦୪ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

Facebook
Twitter
LinkedIn

ବସ୍ତା ବ୍ଲକ ଏମ୍ .ୟୁ.ବି.ନୋଡାଲ ଉଚ୍ଚ ବିଦ୍ୟାଳୟ, ବେଲି ର ୨୦୦୪ ମସିହା ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଓ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ, ବୟୋଜ୍ୟେଷ୍ଠ ଓ ପ୍ର୍ରାକ୍ତନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଭଗବାନ ଚନ୍ଦ୍ର ବିଶ୍ବାଳ,ଶ୍ୟାମ ସୁନ୍ଦର ପତି ଓ ଜନ୍ମେଜୟ ମିଶ୍ର ଙ୍କ ର ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ଗୁରୁଜୀ ମାନଙ୍କୁ ବନ୍ଦାପନା କରିବା ପରେ ବିଧିବଦ୍ଧ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ହେମନ୍ତ କୁମାର ଜେନା ଅତିଥି ଆବା‌ହନ
ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପୁରାତନ ଛାତ୍ରୀ ମାନେ ଗୁରୁବନ୍ଦନା ଗାନକରିଥିଲେ। ଛାତ୍ର ଛାତ୍ରୀ ମାନେ ସେମାନଙ୍କ ର ଅତୀତ ଅନୁଭୁତି ବର୍ଣ୍ଣନା କରିଥିଲେ। ଶିକ୍ଷକ ମାନଂକ ମଧ୍ୟରୁ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ଦେ , ଦେବେନ୍ଦ୍ର ନାଥ ପାଳ, ରମେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀ ପ୍ରିୟା ମିଶ୍ର, ଅଶୋକ କୁମାର ସାହୁ, ହେମନ୍ତ କୁମାର ମିଶ୍ର, ସତ୍ୟାନନ୍ଦ ଗିରି , ଶିକ୍ଷା କର୍ମଚାରୀ ବରେନ୍ଦ୍ର ନାଥ ସିଂ ଓ କାର୍ତ୍ତିକ ପାତ୍ର ବତ୍କବ୍ଯ ଉପସ୍ଥାପନା କରି ଥିଲେ। ସଭାପତି ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ବର୍ଷ କୁ ଅନୁଷ୍ଠାନ ର ୫୦ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତି ନେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ
ମାନପତ୍ର ପୁଷ୍ପ ଗୋଚ୍ଚ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଦୀପ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଉତ୍ସବ କୁ ରାଜେଶ କୁମାର ଗିରି,ସନାତନ ମାହାନା, ରଞ୍ଜିତା ଘୋଷ,ମମତା ସାହୁ,ସୁଜୟ ନନ୍ଦ , ରଞ୍ଜନ ପ୍ରଧାନ ,ଭରତ ସାମଲ,ବାଦଲ ଜେନା, ବାବ୍ରୁ ଜେନା, ପ୍ରତିଭା ସାହୁ , ଜ୍ୟୋତ୍ସ୍ନା ଗିରି ପ୍ରମୁଖ
ପରିଚାଳନାରେ ସହଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login