The Ultimate Managed Hosting Platform
ADVERTISEMENT

୨୦ରେ ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି , ଟ୍ରେନରେ କରିବେ ଯାତ୍ରା

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶା ଗସ୍ତ ବେଳେ ଟ୍ରେନରେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନରେ ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି। ୨୦ ତାରିଖ ଅପରାହ୍ଣ ଗୋଟାଏ ୫୫ ମିନିଟରେ ବାରିପଦାରେ ପହଞ୍ଚବେ ରାଷ୍ଟ୍ରପତି। ସର୍ବଭାରତୀୟ ସାନ୍ତାଳି ଲେଖକ ସମାବେଶରେ ଯୋଗଦେବେ। ୨୧ତାରିଖରେ ବାଦାମପାହାଡ଼ ରେଳ ଷ୍ଟେସନରେ ୩ ନୂଆ ଟ୍ରେନର ଶୁଭାରମ୍ଭ କରିବେ। ଟ୍ରେନରେ ରାଇରଙ୍ଗପୁରକୁ ଯାତ୍ରା କରିବେ ଦେଶର ପ୍ରଥମ ନାଗରିକ। ୨୧ ତାରିଖ ଅପରାହ୍ଣ ୧ଟା ୨୦ରେ ସମ୍ବଲପୁରର ବୁର୍ଲାଗସ୍ତ କରିବେ। ସେଠାରେ ଭିସୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ୨୨ରେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ କାର୍ୟ୍ୟକ୍ରମରେ ଯୋଗଦେବେ । ୨୨ ତାରିଖ ପୂର୍ବାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବେ । ୨୦ରୁ ୨୨ ପର୍ୟ୍ୟନ୍ତ ଦୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login