ନୂଆଦିଲ୍ଲୀ : ରୋଜଗାର ମେଳାରେ ୧ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ । ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଦ୍ରୁତ ଗତିରେ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି କହିଲେ ମୋଦି । ପୂର୍ବ ସରକାରଙ୍କ ଅମଳରେ ନିଯୁକ୍ତିରେ ଲାଞ୍ଚ କାରବାର ହେଉଥିଲା । ଆମ ସରକାରରେ ସମ୍ପୁର୍ଣ୍ଣ ସ୍ୱଚ୍ଛତାରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲଗାତାର ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉଛି । ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆରମ୍ଭ କରି ନିଯୁକ୍ତି ମିଳିବା ପର୍ୟ୍ୟନ୍ତ ଦୀର୍ଘ ସମୟ ଲାଗୁଥିଲା । ଯେଉଁ ସମୟରେ ନିଯୁକ୍ତି ପାଇଁ ଟଙ୍କା କାରବାର ହେଉଥିଲା । କିନ୍ତୁ ଏବେ ପୂରା ପାରଦର୍ଶିତାର ସହ କେନ୍ଦ୍ର ସରକାର ନିଯୁକ୍ତି ଦେଉଛନ୍ତି । ଏବେ ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଆସିଛି ଯେ, କଠିନ ପରିଶ୍ରମ ଓ ନିଜର ପ୍ରତିଭା ବଳରେ ହିଁ ନିଯୁକ୍ତି ମିଳିପାରିବ । ଏହି ରୋଜଗାର ମେଳା ଜରିଆରେ ଭାରତୀୟ ରେଳବିଭାଗରେ ମଧ୍ୟ ନିଯୁକ୍ତି ମିଳୁଛି । ଭାରତୀୟ ରେଳ ବିଭାଗର ଏବେ ନବକଳେବର ହେବାକୁ ଯାଉଛି । ସେହିଭଳି ଭାରତ ଏବେ ତୃତୀୟ ବୃହତ ଷ୍ଟାର୍ଟଅପ ଅର୍ଥନୀତି ଭାବେ ଉଭା ହେଲାଣି । ଛୋଟ ଛୋଟ ସହରରେ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ଯୁବବର୍ଗ । ଏହି ଷ୍ଟାର୍ଟଅପରେ ମଧ୍ୟ ଅନେକ ଯୁବକଙ୍କୁ ନିଯୁକ୍ତି ମିଳିପାରୁଛି ।
୧ ଲକ୍ଷ ଯୁବକଙ୍କୁ ନିଯୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











