ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ କିଣିଲା ଟାଟା ଗ୍ରୁପ୍ । ଦୀର୍ଘ ୬୯ ବର୍ଷ ପରେ ୧୮ ହଜାର କୋଟି ବ୍ୟୟରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିଛି । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ। ତେବେ ଗତ ଅକ୍ଟୋବର ମାସରେ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ କିଣିଛି ।

ସୂଚନାନୁଯାୟୀ, ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା। ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା। ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତ ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କଂପାନି ଏୟାର-ଇଣ୍ଡିଆ ସ୍ୟାଟ୍ସର ୫୦ ପ୍ରତିଶତ ଅଂଶଧନର ମାଲିକାନା ପାଇଛି।
୨୦୦୩-୦୪ ଆର୍ଥିକ ବର୍ଷ ପରଠାରୁ ଏହା କେନ୍ଦ୍ର ସରକାରଙ୍କ ପ୍ରଥମ ଘରୋଇକରଣ ପ୍ରକ୍ରିୟା। ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ହାସଲ କରିଛି। ଆଜି ଟାଟା ଗ୍ରୁପ୍ ପକ୍ଷରୁ ମୁମ୍ବାଇରୁ ୪ଟି ରୁଟରେ ବିମାନ ଚଳାଚଳ କରିବ। ମୁମ୍ବାଇ-ଦିଲ୍ଲୀ ରୁଟରେ ୨ଟି, ମୁମ୍ବାଇ-ଆବୁଧାବି ଓ ମୁମ୍ବାଇ -ବେଙ୍ଗାଲୁରୁ ରୁଟ୍ରେ ବିମାନ ଚାଲିବ। ଏହି ବିମାନଗୁଡିକରେ ଉନ୍ନତମାନର ଭୋଜନ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।