ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୮ ରୁ ୨୧ ମଧ୍ୟରେ ଓଡିଶା ଛୁଇଁବ। ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି। ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ୟ୍ୟୟ’ କାଲି ଲ୍ୟାଣ୍ଡଫଲ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଓଡିଶାକୁ ପ୍ରବେଶ କରିବ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ। ୧୮ ରୁ ଦକ୍ଷିଣ ଓଡିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା। ବର୍ଷା ପ୍ରଭାବରେ ରାଜ୍ୟରେ ପାଗ ବଦଳିବ। ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟ୍ଓ୍ବେଭ ଆଲର୍ଟ ରହିଛି। ସ୍ବାଭିମାନ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବ। ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
Views: 81