ବାଙ୍କୀ : ବୈଦେଶ୍ୱର ଥାନା ଅଞ୍ଚଳରେ ୧୮ ଦିନରେ ୧୮ ଘରୁ ଚୋରି । ବିଳମ୍ବିତ ରାତିରେ ଗହିରଗାଡିଆ ଗାଁରେ ୩ଟି ଘରୁ ସିରିଜ ଚୋରି । ୧ ତାରିଖରେ ପୁଇଁଚା ଗାଁରେ ୫ଟି ଘରୁ ଚୋରି ଅଭିଯୋଗ ହୋଇଥିଲା । ଲୁଟେରା ମାନେ ଗାଁର ନରସିଂହ ନାୟକ ଓ ମଧୁସୂଦନ ଖଟୁଆଙ୍କ ଘରର ତାଲା ଭାଙ୍ଗି ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗତ ୨ ତାରିଖ ଦିନ ପୁଇଁଚା ଗାଁରୁ ମଧ୍ୟ ଅନୁରୂପ ଢଙ୍ଗରେ ୫ ଘରୁ ସିରିଜ ଲୁଟ ହୋଇଥିଲା । ବୈଦେଶ୍ଵର ପୋଲିସର ଅପାରଗତାକୁ ଦାୟୀ କଲେ ଗ୍ରାମବାସୀ । ସୂଚନା ଅନୁସାରେ ଗତକାଲି ହିନ୍ଦୋଳ ବ୍ଲକ ବାଲିମି ଥାନା ଦୁଦୁରୁକୋଟ ଗାଁରେ ମଧ୍ୟ ବିଳମ୍ୱିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ରାତି ଅଧରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ପଶିଥିଲେ ଲୁଟେରା । ଯାହାପରେ ଘରେ ବୁଲାଇଦେଇଥିଲେ କଳାକନା । ଘରେ ଥିବା ଟିଭି, ସୋଲାର ସିଷ୍ଟମ, ପାଣି ପମ୍ପ ସମେତ ଘରର ସମସ୍ତ ସାମଗ୍ରୀ ନେଇ ଚମ୍ପଟ୍ ମାରିଥିଲେ ।
Views: 16