ପୁରୀ : ଆସନ୍ତା ୧୮ରେ ଶୁଭାରମ୍ଭ ହୋଇପାରେ ବନେ୍ଦ ଭାରତ ଏକ୍ସପ୍ରେସ । ୧୮ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୮ ତାରିଖ ମଧ୍ୟାହ୍ନରେ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ ୧୮ ତାରିଖକୁ ବଦଳାଯାଇଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଦୌଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ସଫଳତାର ସହ ଶେଷ ହୋଇଛି ।
Views: 75