ନୂଆଦିଲ୍ଲୀ : ୧୮ରୁ ବସିବ ସଂସଦ ସ୍ୱତନ୍ତ୍ର ଅଧିବେଶନ । ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ ।
ଚଳିତ ବର୍ଷ ମୌସୁମୀ ଅଧିବେଶନ ଠିକ ଭାବେ ଚାଲିପାରି ନଥିବାରୁ ଅଧିକାଂଶ କାର୍ୟ୍ୟ ଦିବସ ବାଧାପ୍ରାପ୍ତ ହୋଇଥିଲା । ଏଥର ସ୍ବତନ୍ତ୍ର ଅଧିବେଶନରେ ୧୦ରୁ ଅଧିକ ମହତ୍ତ୍ବପୂର୍ଣ୍ଣ ବିଲ୍ ଉପସ୍ଥାପନା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି ୨୦ ଶିଖର ସମ୍ମିଳନୀର କିଛି ଦିନ ପରେ ଏହା ଆୟୋଜିତ ହେବ । ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ୫ଟି କାର୍ୟ୍ୟଦିବସ ରହିବ ।
Views: 84