ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡିଶା ବନ୍ଦ ଡାକରା । ବାଲେଶ୍ୱର ଘଟଣାକୁ ବିରୋଧ କରି ବନ୍ଦ ଡାକରା । ସ୍କୁଲ, କଲେଜ , ଦୋକାନ , ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି । ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇ କହିଛନ୍ତି ଯେ, ଏହି ବନ୍ଦ ସମୟରେ ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ । କେବଳ ଜରୁରୀ ସେବାକୁ ଛାଡିଲେ ଆଉ ସବୁ ବନ୍ଦ ରହିବ । ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ । ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି ।
Views: 170











