The Ultimate Managed Hosting Platform
ADVERTISEMENT

୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Facebook
Twitter
LinkedIn

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନେକ ଜନକଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି ।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆତ୍ମନିର୍ଭର ଭାରତ ଅନୁସାରେ, ୧୬ ଲକ୍ଷ ଯୁବପୀଢିଙ୍କୁ ଚାକିରୀ ଦିଆଯିବ। ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏୟାର ଇଣ୍ଡିଆରେ ନିବେଶ ପୁରା ହୋଇଛି ଓ ଏଲଆଇସିର ଆଇପିଓ ଅତି ଶୀଘ୍ର ଆସିବ। ପ୍ରଧାନମନ୍ତ୍ରୀ ଗତି ଶକ୍ତି କାରଣରୁ ଅର୍ଥବ୍ୟବସ୍ଥା ମଜବୁତ ହୋଇଛି। ୧୦୦ ବର୍ଷ ପାଇଁ ଢାଞ୍ଚାଗତ ସୁବିଧା ବଢାଇ ଦିଆଯିବ। ଏହାଦ୍ବାରା ଅନେକ ଭିତ୍ତିଭୂମିର ବିକାଶ ହେବ । ଆଗାମୀ ୨୫ ବର୍ଷକୁ ଆଖିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି।

ସେ ଆହୁରି କୁହାଯାଇଛି ଯେ, ଆଗାମୀ ତିନି ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଯିବ। କରୋନା ସଙ୍କଟ ଭିତରେ ଟିକାକରଣ ଅଭିଯାନରେ ଗତିଶକ୍ତି ଖୁବ୍ ସାହାଯ୍ୟ କରିଛି।  ସମସ୍ତଙ୍କ ଚେଷ୍ଟା ସହିତ ବିକାଶ ଜାରି ରହିବ। ୨୦୨୨-୨୩ ଭିତରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି। ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା କାଳରେ ପାଠପଢାରେ ଖୁବ୍ କ୍ଷତି ହୋଇଛି। ଏବେ ୨୦୦ ଟିଭି ଚ୍ୟାନେଲ ଜରିଆରେ ଶିକ୍ଷାଦାନ ହେବ । ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମରେ ଡିଜିଟାଲ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହାଛଡା ଡିଜିଟାଲ ବିଶ୍ବବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯିବ। ସେହିପରି ମାନସିକ ସମସ୍ୟା ପାଇଁ ନ୍ୟାସନାଲ ଟେଲି ମେଣ୍ଟାଲ ହେଲଥ୍ ପୋଗ୍ରାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login