ନୂଆଦିଲ୍ଲୀ : ଔଷଧ କଂପାନୀକୁ ଲାଗିଲା ବଡ ଝଟକା । ୧୫୬ ଔଷଧ ଉପରେ ବ୍ୟାନ କଲେ କେନ୍ଦ୍ରସରକାର । ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି ଏସବୁ ଔଷଧ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୧୫୬ଟି ଫିକ୍ସଡ ଡୋଜ କମ୍ବିନେସନ ବା ଏଫଡିସିକୁ ନିଷିଦ୍ଧ କରିଛନ୍ତି। ତନ୍ମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନକିଲର, ଆଣ୍ଟି ଆଲର୍ଜିକ ଡ୍ରଗ୍ସ, ଆନାଲଜେସିକ ଓ ମଲ୍ଟିଭିଟାମିନ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତି ଏହି ଘୋଷଣା କରାଯାଇଛି। ଗେଜେଟ ଅନୁସାରେ ଏହି ଔଷଧଗୁଡିକର ଉତ୍ପାଦନ, ମାର୍କେଟିଂ, ବଣ୍ଟନ ଆଦିକୁ ନିଷିଦ୍ଧ କରାଯାଇଛି। ଜ୍ବର ଓ ଉଚ୍ଚରକ୍ତଚାପ ସମ୍ପର୍କିତ କିଛି ଔଷଧକୁ ମଧ୍ୟ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ୍ସପର୍ଟ ଗ୍ରୁପର ସୁପାରିସ ତଥା ଡ୍ରଗ ଟେକନିକାଲ ଆଡଭାଇଜରି ଗ୍ରୁପର ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ସରକାର। ଆମିଲେଜ, ପ୍ରୋଟିଏଜ, ଗ୍ଲୁକୋମାଇଲେସ, ପେକ୍ଟିନେଜ, ଆଲଫା ଗାଲାକ୍ଟୋସିଡେଜ, ଲାକ୍ଟେଜ, ବିଟାଗ୍ଲୁକୋନେଜ, ସେଲୁଲେଜ, ଲିପେଜ, ବ୍ରୋମିଲେନ ଆଦି ବିଭିନ୍ନ ଉତ୍ପାଦର ଫିକ୍ସଡ ଡୋଜ କମ୍ବିନେସନକୁ ନିଷିଦ୍ଧ କରିଛନ୍ତି।
୧୫୬ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...