ନୂଆଦିଲ୍ଲୀ : ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ । ୟୁକ୍ରେନ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ । ଅନ୍ୟପଟେ ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା ଖୋଲିବାର ସମ୍ଭାବନା ରହିଛି ବୋଲି ଭାରତ କହିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହି ଆଲୋଚନାକୁ ସ୍ବାଗତ କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ “ଏହି ବୈଠକ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ଆଣିବା ଏବଂ ଶାନ୍ତିର ସମ୍ଭାବନା ଖୋଲିବାର ପ୍ରତିଶ୍ରୁତି ରଖିଛି ।
Views: 23