ଗଞ୍ଜାମ (ରମେଶ ସାହୁ): ୧୩୦ ବର୍ଷର ପୁରାତନ ମନ୍ଦିର ଗୋପାଳସ୍ୱାମୀ ମନ୍ଦିର । ଯାହାକି ଗଞ୍ଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ରେଉ ସାହି ଠାରେ ରହିଛି । ଏହି ମନ୍ଦିରର ନାମ ଅନୁସାରେ କୁଆଡେ ଜିଲ୍ଲାର ନାମ ଗୋପାଳପୁର ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କୁହନ୍ତି । ତେବେ କେବେଠାରୁ ଏହି ମନ୍ଦିର ପ୍ରତିଷ୍ଠା ହେଲା ? କିଏ ଏହାର ପ୍ରତିଷ୍ଠାତା ?କାହିଁକି ଏହି ମନ୍ଦିର ପ୍ରତିଷ୍ଠିତ ହେଲା ? ଆସନ୍ତୁ ଜାଣିବା .. .. .. .. ..

ଆନ୍ଧ୍ରପ୍ରଦେଶର ରାଜମେଣ୍ଡ୍ରିର ଏକ ବ୍ୟବସାୟୀ ବା ଶୁଦ୍ଧ ଓଡିଆ ଭାଷାରେ କହିଲେ ଆମେ ବୁଝିବା ଯେ ବେପାରୀ ଜଣଙ୍କ ଏଠାରେ ବାଣିଜ୍ୟ କରୁଥିଲେ। ସେ ରେଙ୍ଗୁନରେ ବାଣିଜ୍ୟ କାରବାର କରୁଥିଲେ। ସେଥିରେ ସେ ଲାଭବାନ ହୋଇଥିବାରୁ ଯିବା ଆସିବା ପାଇଁ ଜାହାଜକୁ ଅପେକ୍ଷା କରିବା ପାଇଁ ଏଠାରେ ଯାତ୍ରୀ ବିଶ୍ରାମ ଉଦେ୍ଦଶ୍ୟରେ ମାର୍ଚ୍ଚ ୬ ତାରିଖ ୧୮୯୫ ରେ ନିଜେ ଏବଂ ଯାତ୍ରୀଙ୍କ ଆର୍ଥିକ ଅନୁଦାନ ସହାୟତାରେ ଏକ ମନ୍ଦିର ସ୍ଥାପନ କରିଥିଲେ।

ସେ କିଛି ବର୍ଷ ମନ୍ଦିରର ଦାୟିତ୍ଵ ତୁଲାଇଥିଲେ । ପରେ ୧୯୧୧ ମସିହାରେ ବ୍ରହ୍ମପୁରର ଏନ୍.ପଦ୍ମାନକ୍ଷଭମକୁ ହସ୍ତାନ୍ତର କରିଥିଲେ। ଏହି ମନ୍ଦିରଟି ପ୍ରାୟ ୨ ଏକର ଜମି ରହିଛି। ଏହି ମନ୍ଦିର ର ପ୍ରାୟ ୨୫ ଏକର ଜମି ରହିଥିବା ଜଣା ପଡ଼ିଛି। ଏହି ମନ୍ଦିରଟି ପ୍ରାୟ ୨ ଭରଣ ଜମି ରେ ତିଆରି ହୋଇଛି। ମନ୍ଦିର ପରିସର ମଧ୍ୟରେ ୮୦ ବର୍ଷର କାଠର ଗରୁଡ଼ ସ୍ତମ୍ଭ ଓ ୬୮ ବର୍ଷର ରାମ ସ୍ତୁପ ,ଅତିଥି ଶକ୍ଷଳା,କଲ୍ୟାଣ ମଣ୍ଡପ, ରୋଷେଇ ଘର,ଷ୍ଟୋର ରୁମ ଆଦି ରହିଛି। ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ପିଣ୍ଡୁରୁ କ୍ରିଷ୍ଣାମାଚାରିଲୁ ପ୍ରାୟ ୬୦ ବର୍ଷ ଧରି ପୂଜା ଅର୍ଚ୍ଚନା କରୁଥିଲେ ପରେ ତାଙ୍କ ଜ୍ବାଇଁ ଗୋପୀନାଚଲା ଉର୍ମିମାଚାରିଲୁ ପୂଜା ଅର୍ଚ୍ଚନା ତୁଲାଇଥିଲେ।ପରେ ବଡ ପୁଅ ସୀତାରାମ ମାଚାରିଲୁ ଦାୟିତ୍ୱରେ ଥିଲେ।ବର୍ତମାନ ମୁରଲୀ କ୍ରିଷ୍ଣାମାଚାରିଲୁ ପ୍ରାୟ ୪୦ ବର୍ଷ ଧରି ଏହି ଦାୟିତ୍ୱ ତୁଲାଉଛନ୍ତି।

ମନ୍ଦିରରେ ଗୋପାଳ କୃଷ୍ଣ ରୁକୁଣୀ ସତ୍ୟଭାମା ମୂର୍ତ୍ତିକୁ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଥିଲା। ୧୩୦ ବର୍ଷର ପୁରାତନ ବେଣୁ ଗୋପାଳ ସ୍ବାମୀ ମନ୍ଦିରରେ ଆଜିବି ପର୍ଯ୍ୟଟକଙ୍କ ଭିଡ ଜମେ । । ଏହି ମନ୍ଦିର କୁ ସ୍ଥାନୀୟ ଲୋକେ ଏବଂ ଆଖ ପାଖ ଅଞ୍ଚଳ ସମେତ ଏଠାକୁ ଆସୁଥିବା ପର୍ୟ୍ୟଟକମାନେ ଗୋପାଳ କୃଷ୍ଣ ରୁକୁଣୀ ସତ୍ୟଭାମାଙ୍କୁ ଦର୍ଶନ କରିବା ଲାଗି ଆସନ୍ତି।
ମୁରଲୀ କ୍ରିଷ୍ଣାମାଚାରିଲୁ ଭୋର ସକାଳୁ ଠାକୁରଙ୍କ ନିତ୍ୟକର୍ମ ସାରି ଆଳତି ବାଳଭୋଗ ଅନ୍ନ ଭୋଗ ଓ ସନ୍ଧ୍ୟାରେ ଆଳତି ସାରି କ୍ଷୀର ସହ ସୁଲି ଚଣା ବତୁରା ଭୋଗ କରୁଥାନ୍ତି। ଏହି ଗୋପାଳ ସ୍ବାମୀ ମନ୍ଦିର ରେ ଗୋପାଳପୁର ନାମ କରଣ କରାଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ କହିଛନ୍ତି।ଏହି ମନ୍ଦିର କୁ ଉତ୍ତରାଧିକାରୀ ଟ୍ରଷ୍ଟ ପକ୍ଷରୁ ପରିଚାଳନା କରାଯାଉଥିଲା ଯଦ୍ଵାରା କି ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହାର ମନ୍ଦିର ନଷ୍ଟ ହେବାକୁ ଲାଗିଲାଣି। ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥା ଆଡକୁ ଗତି କରୁଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଏହାର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ସ୍ଥାନୀୟ ଲୋକେ ,ଦେବତ୍ତର କମିଶନର ଏବଂ ଟ୍ରଷ୍ଟିର ଏକ ବୈଠକ ଅନୁଷ୍ଠିତ ହୋଇ ମନ୍ଦିର କମିଟି ଗଠନ କରି ରକ୍ଷଣବେକ୍ଷଣ କରିବାକୁ ସ୍ଥିର କରାଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ହସ୍ତାନ୍ତର ଅବହେଳା ଯୋଗୁଁ ଏହି ମନ୍ଦିରଟି ଭଗ୍ନ ଅବସ୍ଥାରେ ବସିଲାଣି।