ଗରିବ ଅସହାୟ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରି ଡିଡିମ୍ୱ ପିଟୁଛନ୍ତି। ମାତ୍ର ଏହି ସବୁ ଯୋଜନାରେ କିଛି ଲୋକ ଉପକୃତ ହେଉଥିଲେ ବି , ଅନେକ ଏହି ଯୋଜନାର ସଠିକ ଭାବେ ସୁଫଳ ପାଇ ପାରୁ ନାହାନ୍ତି। ଯାହା ଫଳରେ ସ୍ବାସ୍ଥ୍ୟସେବା ନପାଇ କିମ୍ବା ଅଧାପନ୍ତରୀୟା ସାମାନ୍ୟ ଅଳ୍ପ କିଛି ସୁବିଧା ପାଇ ଅତ୍ୟନ୍ତ ଦୟନୀୟ ଭାବେ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ରୋଗୀ ଓ ତାଙ୍କ ପରିବାର ଲୋକେ। ଏଭଳି ଏକ ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଅସ୍ତୀ ଗ୍ରାମରେ । ସପ୍ତମ ଶ୍ରେଣୀର ଛାତ୍ର ଶୁଭମ ଦାସ (୧୨) ବର୍ଷ। ଯିଏକି ଜନ୍ମରୁ ହୃଦ୍ ରୋଗରେ ପୀଡିତ। ପାଠ ପଢା ସହିତ ସାଙ୍ଗ ସାଥିଙ୍କ ସହିତ ଖେଳକୁଦ ବୟସରେ ଅସୁସ୍ଥତା ପାଇଁ ପାଠ ପଢାଠପ୍ ହୋଇଯାଇଛି। ଆଜକୁ ତିନି ବର୍ଷ ପୂର୍ବେ ହଠାତ୍ ଶୁଭମ ଗୁରୁତର ହୋଇ ପଡ଼ିବାରୁ ବାପା ମାଆ ତାଙ୍କୁ ପ୍ରଥମେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ,ପରେ କଟକ ବଡ ମେଡିକାଲ ସେଠାରୁ ପୁଣି ଭୁବନେଶ୍ୱର ଏମ୍ସକୁ ନେଇଥିଲେ ବି, ଆବଶ୍ୟକ ସୁବିଧା ସୁଯୋଗ ଅଭାବ ସାଙ୍ଗକୁ ସମୟ ସାପେକ୍ଷ ହେବାରୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ପରେ ମାଗି ଯାଚି, ଧାର କରଜ କରି, ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କଲିକତା ରେ ଏକ ଘରୋଇ ମେଡିକାଲରେ ସଫଳ ରୂପେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ କମ ବୟସ ଥିବାରୁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ହୋଇ ପାରିନଥିଲା। ମାତ୍ର ଏବେ ଅସ୍ତ୍ରୋପଚାର ପାଇଁ ସମୟ ହୋଇ ଯାଇଥିଲେ ବି ଅର୍ଥ ଅଭାବରୁ ଶୁଭମ ସଠିକ୍ ଭାବେ ଔଷଧ ଖାଇ ପାରୁ ନାହିଁ କି ଅସ୍ତ୍ରୋପଚାର ମଧ୍ୟ ହୋଇ ପାରୁନାହିଁ। ଚଳିତ ମାସ ୧୨ ତାରିଖ ଅସ୍ତ୍ରୋପଚାର ପାଇଁ ଡାକ୍ତର ଦ୍ଵାରା ଦିନ ଧାର୍ଯ୍ୟ ହୋଇଥିବା ବେଳେ, ପାଖରେ କାଣି କଉଡିଟିଏ ମଧ୍ୟ ନାହିଁ। ଶୁଭମର ବାପା ରଞ୍ଜୟ ମଧ୍ୟ ଜଣେ ହୃଦ୍ ରୋଗୀ ଓ ମାଆ ସୁସ୍ମିତା ରୋଗୋଣା ଅଟନ୍ତି। ସମ୍ପତି କହିଲେ ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ଘରଟିଏ।ପରିବାର ର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ, କଲିକତାର ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜୁ ସ୍ବାସ୍ଥ୍ୟ କାର୍ଡ କାମରେ ଆସୁ ନାହିଁ। ଅନ୍ୟପଟେ ଆର୍ଥିକ ସହାୟତା ପାଇଁ ଜିଲ୍ଲା ରେଡ କ୍ରସରେ ଆବେଦନ କରିଥିଲେବି, ବିଭାଗୀୟ ଅଧିକାରୀଙ୍କ ମନମାନୀ,ଓ ଜିଲ୍ଲା ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ପାଇଁ ତାହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଯାହାପାଇଁ ଶୁଭମକୁ ଧୀରେ ଧୀରେ ରୋଗ ଗ୍ରାସିବାରେ ଲାଗିଛି। କ୍ରମଶଃ ରୋଗ ବଢୁଥିବାରୁ ଖେଳଖୁଦ୍ ବୟସରେ ବହୁ ଯନ୍ତ୍ରଣା ଭୋଗୁଛି । ଫଳରେ ପାଠ ରେ ଏକ ପ୍ରକାର ଡୋରି ବନ୍ଧା ହୋଇଛି। ଆଉ ଏଭଳି ଅବସ୍ଥାରେ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଜେ ଶୁଭମ୍ ଓ ତାର ବାପା ମାଆ,ଆକୁଳ ନିବେଦନ କରିଛନ୍ତି। ଏପରିକି ଶୁଭମ୍ କାନ୍ଦି କାନ୍ଦି କହୁଚିକି ମୁଁ ବଞ୍ଚିବାକୁ ଚାହେଁ। ମୋତେ ଟିକିଏ ସାହାଯ୍ୟ କରନ୍ତୁ। ଆପଣଙ୍କ ସାହାଯ୍ୟ ସହଯୋଗ ପାଇଲେ ମୁଁ ବଞ୍ଚିଯିବି । ଆଉ ପୂର୍ବ ଭଳି ସାଙ୍ଗ ସାଥୀ ଙ୍କ ସହିତ ଖେଳିବି, ସ୍କୁଲ ଯିବି। ତେବେ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ, ବେସରକାରୀ ଅନୁଷ୍ଠାନ ସହାୟତା ଯୋଗାଇ ଦେବାକୁ ଚାହାନ୍ତି ତେବେ ମୋବାଇଲ ନମ୍ବର – ୬୩୭୨୧୮୧୮୯୮ ନମ୍ୱର ରେ ଯୋଗାଯୋଗ କରି ପାରିବେ ।
୧୨ ବର୍ଷ ଶୁଭମ୍ ର ଆକୁଳ ନିବେଦନ, ଆପଣଙ୍କ ସାହାଯ୍ୟ ସହଯୋଗ ପାଇଲେ ବଞ୍ଚିଯିବି।
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











