The Ultimate Managed Hosting Platform
ADVERTISEMENT

୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ, ଦିଆଯିବ କୋଭାକ୍ସିନ୍

Facebook
Twitter
LinkedIn

ଭୁବନେଶ୍ୱର : ୧୨ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ଟିକାକରଣ । ବୁଧବାରଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ । ସୂଚନା ଅନୁଯାୟୀ, ଯେଉଁମାନଙ୍କର ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି। ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ତେବେ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ଏବେ କୋଓ୍ୱିନ୍‌ ପୋର୍ଟାଲରେ ଏହି ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ୟ୍ୟାୟରେ ଅଫଲାଇନରେ ଦିଆଯିବ ଏବଂ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ଏଥିପାଇଁ ଶିକ୍ଷକମାନେ ସହଯୋଗ କରିବେ । ତେବେ ସ୍କୁଲ ଟାଇମିଙ୍ଗ ଅନୁସାରେ ଟିକାକରଣ କରିବାକୁ ସିଡିଏମ୍‌ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, ଝଉ-ଝଞ ବିଭାଗ ସହ ସମନ୍ୱୟ ରଖି କରାଯିବ ଟିକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାମାନଙ୍କୁ କୋଭାକ୍ସିନ୍ ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋଭଭାକ୍ସ ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟୀକା ପଠାଯାଇଛି । ତେବେ କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ ୧୨ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ହଜାର ପିଲା ରହିଛନ୍ତି । ଏମାନଙ୍କ ଟୀକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login