ଗାଜିଆବାଦ : ଜୀବନ ନେଇଗଲା ସାବତ ମା । ହଁ ଆଜ୍ଞା ୧୧ ବର୍ଷର ପୁଅର ଜୀବନ ନେଇଛି ସାବତ ମା । ଜନ୍ମ କଲା ମା ନୁହେଁ ବୋଲି ପୁଅକୁ ସ୍ୱେରେଜ ଟାଙ୍କିରେ ଫୋପାଡି ଦେଇଥିଲା । ଏଭଳି ଘଟଣା ଘଟିଛି ଗାଜିଆବାଦ ଜିଲ୍ଲାର ମୋଦୀ ନଗର ଅଞ୍ଚଳରେ । ୧୧ ବର୍ଷର ସାବତ ପୁଅକୁ ହତ୍ୟା କରି ସ୍ୱେରେଜ୍ ଟ୍ୟାଙ୍କରେ ଫୋପାଡି ଦେଇଥିଲା ସାବତ ମା । ସୂଚନା ଅନୁଯାୟୀ , ଗତ ରବିବାର ଦି ଶାଦବ ନାମକ ବଙ୍କଳ ନିଖୋଜ ଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ବେଳେ ପୋଲିସ ଘରର ପୁଙ୍ଖାନୁପୁଙ୍ଗ ଅନୁସନ୍ଧାନ କରିଥିଲା । ଏହା ପରେ ଶାଦବ ଙ୍କ ମୃତଦେହ ସ୍ୱେରେଜ ଟାଙ୍କିରୁ ପାଇଥିଲା । ତେବେ ଏହି ଘଟଣାରେ ଶାଦବଙ୍କ ସାବତ ମା ରେଖା ପୁଅକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ । ମୋଦୀ ନାଗର ଅଞ୍ଚଳର ଅତିରିକ୍ତ ପୋଲିସ କମିଶନର ଜୟନ ପ୍ରକାଶ ରାୟଙ୍କ କହିବା ଅନୁଯାୟୀ, ରବିବାର ଖେଳିବା ପରେ ଶାଦବ ଘରକୁ ଫେରିବା ପରେ ରେଖା ତାଙ୍କୁ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ରରେ ହତ୍ୟା କରି ତାଙ୍କ ମୃତଦେହକୁ ଘରେ ନିର୍ମିତ ସ୍ୱେରେଜ୍ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ। ସୂଚନାନୁସାରେ, ରେଖା ଶାଦବଙ୍କ ପିତା ରାହୁଲ ସେନଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଏବଂ ସେ ତାଙ୍କ ସାବତ ପୁଅକୁ ପସନ୍ଦ କରୁନଥିଲେ। ରେଖା ତାଙ୍କ ସ୍ୱାମୀ ରାହୁଲ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ମୁଖରେ ଦାବି କରିଥିଲେ ଯେ ଶାଦବଙ୍କୁ ଅପହରଣ କରାଯାଇଛି।
୧୧ ବର୍ଷ ପୁଅର ଜୀବନ ନେଇଗଲା ସାବତ ମା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...