ନୂଆଦିଲ୍ଲୀ : ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଆଜି ଜେଲରୁ ବାହାରିବେ । ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ତାଙ୍କୁ ରାସ୍ତାରୋକ ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ । ଜେଲରୁ ମୁକୁଳିବା ପରେ ସିଦ୍ଧୁ ଗଣମାଧ୍ୟମ ସହିତ କଥା ହେବେ । ସିଦ୍ଧୁଙ୍କ ପରିବାର ସଦସ୍ୟ ଏବଂ ଓକିଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁ (୫୯) ଙ୍କୁ ମୁକ୍ତ କରାଯାଉଥିବା କୌଣସି ସରକାରୀ ନିଶ୍ଚିତତା ନାହିଁ। ୧୯୮୮ରେ ରାସ୍ତାରୋକ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଯାଏଁ ଦଣ୍ଡାଦେଶ ଶୁଣାଯାଇଥିଲା । ଏହି ମାମଲା ପରେ ପୂର୍ବତନ କଂଗ୍ରେସ ପଞ୍ଜାବ ୟୁନିଟ୍ ମୁଖ୍ୟ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯାହା ପରେ ତାଙ୍କୁ ଗତ ବର୍ଷ ମେ ୨୦ ରେ ଜେଲ ପଠାଯାଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ସିଦ୍ଧୁଙ୍କ ଓକିଲ ଏଚ୍ପି ଭର୍ମା ଶୁକ୍ରବାର ଦିନ କହିଛନ୍ତି ଯେ, ନବଜୋତ ସିଦ୍ଧୁଙ୍କ ପରିବାର ପଟିଆଲା ଜେଲରୁ ମୁକ୍ତ ହେବା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ପାଇଛନ୍ତି। ତେବେ ସିଦ୍ଧୁଙ୍କ ପୁଅ କରଣ ସିଦ୍ଧୁ କହିଛନ୍ତି ଯେ ତାଙ୍କ ପିତାଙ୍କ ମୁକ୍ତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
୧୦ ମାସ ପରେ ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











