The Ultimate Managed Hosting Platform
ADVERTISEMENT

୧୦ ବର୍ଷ ପରେ ଆପ୍କୁ ମିଳିଲା ଜାତୀୟ ଦଳ ମାନ୍ୟତା

Facebook
Twitter
LinkedIn

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା। ବର୍ତ୍ତମାନ ଏହି ଦଳ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଅଛି। ସେପଟେ ଶରଦ ପାୱାରଙ୍କ ଏନ୍ସିପି, ମମତା ବାନାର୍ଜୀଙ୍କ ଟିଏମ୍ସି ଓ ସିପିଆଇ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି। ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ନିର୍ବାଚନରେ ଆପ୍ର ସ୍ଥିତି ଦେଖି, ଆମ ଆଦମୀ ପାର୍ଟିକୁ ଭାରତୀୟ ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। ୨୦୧୨ରେ ଆନ୍ନା ହଜାରେଙ୍କ ଆନ୍ଦେଳନରୁ ଆସି ଆମ ଆଦମୀ ପାର୍ଟି ଗଠନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ୧୦ ବର୍ଷ ପରେ ଜାତୀୟ ଦଳ ମାନ୍ୟତା ପାଇଛି ଆପ୍। ଏହା ସହ କିଛି ଦଳକୁ ରାଜ୍ୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି ନିର୍ବାଚନ କମିସନ। ତ୍ରିପୁରାରେ ତିପ୍ରା ମୋଥା ପାର୍ଟି ଓ ନାଗାଲାଣ୍ଡରେ ଲୋକଜନଶକ୍ତି ପାର୍ଟି- ରାମବିଳାସକୁ ରାଜ୍ୟ ଦଳ ମାନ୍ୟତା ମିଳିଛି। ସେହିପରି ପୁଡୁଚେରୀରେ ପିଏମକେ, ଉତ୍ତରପ୍ରଦେଶରେ ଆରଏଲଡି, ପଶ୍ଚିମବଙ୍ଗରେ ଆରଏସପିର ରାଜ୍ୟ ଦଳର ମାନ୍ୟତା ପ୍ରତ୍ୟାହାର ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login