The Ultimate Managed Hosting Platform
ADVERTISEMENT

୧୦ ଦଫା ଦାବି ନେଇ ନର୍ସିିଂ ଅଫିସରଙ୍କ ସିରିଞ୍ଜ ଛାଡ ଆନେ୍ଦାଳନ, ରାଜରାସ୍ତାରେ ୫ହଜାରରୁ ଅଧିକ ନର୍ସ

Facebook
Twitter
LinkedIn

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ନର୍ସିିଂ ଅଫିସରଙ୍କ ସିରିଞ୍ଜ ଛାଡ ଆନେ୍ଦାଳନ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ଏକାଠି ହେଲେ ୫ ହଜାରରୁ ଅଧିକ ନର୍ସ । ୨୭ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଛନ୍ତି ଆନେ୍ଦାଳନ କାରୀ ନର୍ସ । ୨୭ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ହସ୍ପିଟାଲରେ ତାଲା ବାନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ନଭେମ୍ବର ୧୨, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଏବଂ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହା ସହ ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀରେ ପଦୋନ୍ନତି ଏବଂ ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରିକୃତ ଅବଧିକୁ କମ କରି ୧୬ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି କରିବାକୁ ଦାବି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login