ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ଖପ୍ପା ବିରୋଧୀ ବିଜେପି । ନିର୍ବାଚନ ପୂର୍ବରୁ ରାଜ୍ୟସରକାରଙ୍କ ଅପରାଗତାକୁ ନେଇ ଚାର୍ଜସିଟ କରିବ ବିଜେପି । ୧୦୮ ଦଫା ଚାର୍ଜସିଟ ସହ ସରକାରଙ୍କୁ ଘେରିବାକୁ ବିଜେପିର ଯୋଜନା । ସୂଚନା ଦେଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । କେଉଁ କ୍ଷମତାରେ ଜିଲ୍ଲା ବୁଲୁଛନ୍ତି , ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି ,ସରକାରଙ୍କ ବିଫଳତା , ଦୁର୍ନୀତିରେ ଲିପ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । କୋଇଲାରୁ ଆରମ୍ଭ କରି ଲୁହା ଦୁର୍ନୀତି , ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ରହିବ । ଓଙ୍ଗିଶାର ସମସ୍ତ ୩୦ ଜିଲ୍ଲାର ଦୁର୍ନୀତିକୁ ଚାର୍ଜସିଟରେ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ, ବ୍ଲକ, ଜିଲ୍ଲା , ରାଜ୍ୟସ୍ତରରେ ଚାର୍ଜସିଟ ଦିଆଯିବ ।
Views: 86