The Ultimate Managed Hosting Platform
ADVERTISEMENT

୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଛି ବିଜେପି

Facebook
Twitter
LinkedIn

ନୂଆଦିଲ୍ଳୀ: ନିର୍ବାଚନ ପୂର୍ବରୁ ବିଜେପିର ରଣନୀତି । ୧୦ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ବାସଭବନରେ ବିଳମ୍ବିତ ରାତିରେ ବୈଠକ ଡାକିବା ପରେ ବିଜେପି ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଛି। ନୂତନ ତାଲିକା ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
ଏହି ତାଲିକାରେ କ୍ଷମତାସଂପନ୍ନ ବ୍ୟକ୍ତି ଯେପରିକି ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜୁରାଟର ଗାନ୍ଧିନଗରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଦିଙ୍କ ନାମ ଦେଖିବାକୁ ମିଳିଛି।ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ପାଇଁ ଚାରି ଘଣ୍ଟା ଧରି ଚାଲିଥିବା ବୈଠକର ଅଧ୍ୟକ୍ଷତା କରିଥିଲେ। ରାତି ୧୦.୩୦ରୁ ଆରମ୍ଭ ହୋଇଥିବା ଏହି ବୈଠକରେ ବିଜେପି ମୁଖ୍ୟ ଜେପି ନଡ୍ଡା, ଅମିତ ଶାହା ଏବଂ ରାଜନାଥ ସିଂ ଉପସ୍ଥିତ ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login