ଭୁବନେଶ୍ୱର : ୧୦ରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ କଂଗ୍ରେସ । ସବୁ ଜିଲ୍ଲାପାଳ ଓ ଭୁବନେଶ୍ୱର ଏଡିଏମ ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ଆନେ୍ଦାଳନ । ମହିଳା ଦିବସରେ କଳାପଟି ପିନ୍ଧି ପ୍ରତିବାଦ କରିବ ମହିଳା କଂଗ୍ରେସ । କାଲି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କଳା ପଟି ପିନ୍ଧି ପ୍ରତିବାଦ କରିବ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ ଦାସ ପିସିସି ସଭାପତି ହେବା ପରେ ମହିଳା ନିର୍ୟାତନାକୁ ପ୍ରସଙ୍ଗ କରି ରାଜଧାନୀର ରାଜରାସ୍ତାରେ ଋଣ ହୁଙ୍କାର ଦେଇଥିଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ ପିସିସି ସଭାପତି । ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ଆକ୍ଟିଭ ମୋଡରେ କଂଗ୍ରେସ । ମହିଳାଙ୍କୁ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଉଦ୍ୟମ କରୁଥିବାର ଚର୍ଚ୍ଚା ।
Views: 21