ୟୁପି : ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ସିଏମ୍ ଯୋଗୀଙ୍କୁ ଗୁଳି ମାରିଦେବା ନେଇ ଯୁବକ ଦେଇଛନ୍ତି ଧମକ। ଫେସ୍ବୁକରେ ଏକ ମେସେଜ୍ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ ଅମନ ରାଜା ନାମକ ଯୁବକ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଅମନ ଫେସ୍ବୁକରେ ଏକ ମେସେଜ୍ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ୟୁପି ପୋଲିସ ତୁରନ୍ତ ଆକ୍ସନ ମୋଡ୍କୁ ଆସି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଡିଆ ରିପୋର୍ଟ ମୁତାବକ, ପୋଲିସ କୋତଓ୍ଵାଲିରେ ଏ ନେଇ ମାମଲା ରୁଜୁ କରିଛି। କୋତଓ୍ଵାଲତ ପ୍ରଭାରୀ ଏମ୍ଏସ୍ ଗିଲ୍ଙ୍କ କହିବା ହେଲା, ମାମଲାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଅମନ ରାଜା ବାଗପତ୍ର ବାସିନ୍ଦା।
Views: 79