ୟୁପି : ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଏହି ଉପ ନିର୍ବାଚନରେ ଆଜି ଫଳାଫଳ ପ୍ରକାଶ ପାଇବ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି , ଏଥିସହ ବିଜେପି ୭ଟି ଆସନରେ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରେ ଲିଡ କରୁଛି । ନିର୍ବାଚନ ଆୟୋଗଙ୍କ ରିର୍ପୋଟ ଅନୁସାରେ କୁଣ୍ଡାର୍କି ,ଖୈର, ସିସମାଉ ଏବଂ ମଜଓାନା ଆସନରେ ବିଜେପି ପ୍ରାର୍ଥୀ ଲିଡ କରୁଥିବା ବେଳେ ସମାଜବାର୍ଦି ପାର୍ଟିର ପ୍ରାର୍ଥୀ କରହଲ ଏବଂ ଫୁଲଫୁରରେ ଆଗରେ ରହିଛନ୍ତି । କିନ୍ତୁ ଅନ୍ୟ କେଉଁ ତିନି ଆସନରେ ବିଜେପି ଟ୍ରେଣ୍ଡ କରୁଛି ତାହା ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ ।
Views: 65