ଭୁବନେଶ୍ୱର : ୟୁନିଟ-୨ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ତ୍ରୁଟି ପାରିଲାନି ବିବାଦ । ସ୍ଥାୟୀ ବ୍ୟବସାୟୀ ସଂଘ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା । ଏପ ର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆଲୋଚନା ନେଇ ସେପରି ପ୍ରସ୍ତାବ ଆସିନି । କାଲି ସରକାରଙ୍କ ସହ ଆଲୋଚନା ହେବାର ସମ୍ଭାବନା ରହିଛି । ୧୧ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହ ଆଲୋଚନା କରିବେ । କାଲି ସୁଦ୍ଧା ସମସ୍ୟା ଦୂର ନ ହେଲେ ରାତିରେ ନିଆଯିବ ନିଷ୍ପତ୍ତି । ସାରା ଭୁବନେଶ୍ୱରରେ ଦିନକ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବୁ । ଆମ ଭିତରେ ଏକତା ରହିଛି ବୋଲି ସରକାରଙ୍କୁ ଜଣାଇବୁ ।
Views: 76