ନୂଆଦିଲ୍ଲୀ : ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା । ଗୁରୁଗ୍ରାମ ସେକ୍ଟର ୫୭ ଘର ଉପରକୁ ଗୁଳି ଚଳାଇଲେ ଦୁର୍ବୁତ୍ତ । ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇ ୩ ଦୁର୍ବୁତ୍ତ ଫେରାର । ଗୁଳିକାଣ୍ଡ ବେଳେ ଘରେ ଉପସ୍ଥିତ ନ ଥିଲେ ଏଲଭିଶ । ସିସିଟିଭି ଫୁଟେଜ ଯାଞ୍ଚ ସହ ପୁଲିସର ତଦନ୍ତ ଆରମ୍ଭ । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଗୁଳି ମାଡ଼ ହେଲା ବୋଲି ଯାଂଚ କରୁଛି ପୁଲିସ ।ବିଗ୍ ବସ୍ ୱିନର, ଫେମସ୍ ୟୁଟ୍ୟୁବର ତଥା ଆର୍ଟିଷ୍ଟ ଏଲଭିସ୍ ଯାବଦଙ୍କ ଗୁରୁଗ୍ରାମ ସେକ୍ଟର ୫୭ସ୍ଥିତ ଘର ଉପରକୁ ସକାଳ ପାଖାପାଖି ସାଢ଼େ ୫ଟାରେ ଗୁଳିମାଡ଼ ହୋଛି । ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
Views: 51