The Ultimate Managed Hosting Platform
ADVERTISEMENT

ୟୁକ୍ରେନର ରାଜଧାନୀ ଉପରେ ଡ୍ରୋନ, ମିଶାଇଲ ମାଡ କଲା ରୁଷ

Facebook
Twitter
LinkedIn

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭରେ ହଙ୍ଗମା କଲା ରୁଷ । ଡ୍ରୋନ ଏବଂ ମିଶାଇଲ ସାହାଯ୍ୟରେ କଲା ବଡ ଆକ୍ରମଣ । ଶୁକ୍ରବାର ବିଳମ୍ବିତ ରାତିରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଏକ ବଡ଼ ଆକ୍ରମଣ କରିଛି । ସହରର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ମେସିନ ଗନ ଗୁଳିର ଶବ୍ଦ ପ୍ରତିଧ୍ୱନିତ ହୋଇଥିଲା । ଆକ୍ରମଣରେ ଭୟଭୀତ ହୋଇ କିଭରେ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । କିଭ୍ ମିଲିଟ୍ରି ପ୍ରଶାସନର କାର୍ୟ୍ୟକାରୀ ମୁଖ୍ୟ ତୈମୁର ତକାଚେଙ୍କୋ ଟେଲିଗ୍ରାମରେ କହିଛନ୍ତି ଯେ ରୁଷୀୟ ଡ୍ରୋନ୍ ଏବଂ ମିସାଇଲ୍ର ଭଗ୍ନାବଶେଷ ସହରର ଅତି କମରେ ଚାରୋଟି ଅଞ୍ଚଳରେ ପଡ଼ିଛି । ଏହି ଆକ୍ରମଣରେ ୬ ଜଣଙ୍କୁ ଡାକ୍ତରୀ ସହାୟତାର ଆବଶ୍ୟକତା ଥିଲା । ସୋଲୋମିୟାନସ୍କି ଜିଲ୍ଲାର ଦୁଇଟି ସ୍ଥାନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । କିଭ୍ ମେୟର ଭିଟାଲି କ୍ଲିଟ୍ସକୋ ଆକ୍ରମଣ ପୂର୍ବରୁ ସତର୍କ କରାଇ ଦେଇଥିଲେ ଯେ ୨୦ରୁ ଅଧିକ ରୁଷିଆନ୍ ଡ୍ରୋନ୍ କିଭ୍ ଆଡକୁ ମୁହାଁଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏହି ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯେତେବେଳେ ରୁଷ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଥିଲା । ସେବେଠାରୁ ଏପର୍ୟ୍ୟନ୍ତ ଉଭୟ ଦେଶ ବହୁତ କ୍ଷତି ସହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login