ଭୁବନେଶ୍ୱର : ଭୁବନେଶ୍ୱର ୟୁଏଇକୁ ସିଧା ବିମାନ ସେବା ଆରମ୍ଭ । ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଭରିଲା ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡାଣ । ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯.୩୫ ସମୟରେ ବିମାନ ଉଡାଣ ଭରିଥିଲା । ଯୋଗାଯୋଗ ସମ୍ପର୍କ ସମେତ ବ୍ୟବସାୟିକ ସମ୍ପର୍କ ଆଶା ବଢିଛି । ୟୁନାଇଟେଡ଼ ଷ୍ଟେଟସ ଅଫ ଏମିରେଟସ ସହ ସିଧାସଳଖ ବିମାନ ସେବା ଯୋଡି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।
Views: 15