ବଲାଙ୍ଗୀର : ହ୍ୟୁମାନଙ୍କ ମାଆଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ । ହ୍ୟୁମାନଙ୍କ ମୃତ୍ୟୁ ଏକ ବଡ଼ କ୍ଷତି । ତେଣୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକତା ଅଛି ବୋଲି ଟୁକୁନି ସାହୁ କହିଛନ୍ତି । ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ବଲାଙ୍ଗିର ଥାନାରେ ଅଭିଯୋଗ ହୋଇଛି । ହ୍ୟୁମାନଙ୍କୁ ଷଡଯନ୍ତ୍ର କରି ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଅନୁଷ୍ଠାନ । ଏହି ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି । ତେବେ କେବେ ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
Views: 42











