The Ultimate Managed Hosting Platform
ADVERTISEMENT

ହୋଲି ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି, ଟ୍ୱିନ ସିଟିରେ ୭ଟି ହଟସ୍ପଟ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର : ହୋଲି ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି । ଟ୍ୱିନ ସିଟିରେ ୭ଟି ହଟସ୍ପଟ ଚିହ୍ନଟ ହୋଇଛି । ମୁତୟନ ହେବେ ସ୍ୱତନ୍ତ୍ର ଟିମ୍ । ଭୁବନେଶ୍ୱରରେ ବାଙ୍କୁଆଳ, କୁଆଖାଇ, ପୁରୀ କେନାଲ, ବଲିଅନ୍ତା ସାଇଫନ ଏବଂ କଟକର ଯୋବ୍ରା, ଦେବୀଗଡ, ଗଡଖାଇରେ ମୁତୟନ ହେବେ ସ୍ୱତନ୍ତ୍ର ଟିମ୍ । ଷ୍ଟ୍ରାଇକିଙ୍ଗ ଫୋର୍ସ ସହ ଅତ୍ୟାଧୁନିକ ଯନ୍ତ୍ରାଂଶର ବ୍ୟବହାର ହେବ । ଏଥିପାଇଁ ଜଳାଶୟ ନିକଟରେ ମୁତୟନ ରହିବ ପାୱାର ବୋଟ୍ । ୨୪ ଘଣ୍ଟିଆ ପାଟ୍ରୋଲିଂ କରିବ ଅଗ୍ନିଶମ ଟିମ୍ । ସ୍କୁବା ଡ୍ରାଇଭର ଓ ଆସ୍କା ଲାଇଟ୍ ମହଜୁଦ୍ ରଖାଯିବ । ପ୍ରତି ବ୍ଲକରେ ମୁତୟନ ରହିବେ ଅଗ୍ନିଶମ ଟିମ୍ । ଏଥିପାଇଁ ୩୪୫କେନ୍ଦ୍ର ରହିଛି । ଆଧୁନିକ ଯନ୍ତ୍ରପାତି ଓ ପାୱାର ବୋଟ ରହିଛି । ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ପ୍ରସ୍ତୁତ ରହିଛି । ଭୁବନେଶ୍ବର ପାଇଁ ଅଧିକ ୫ଟି ଟିମ୍ ମୁତୟନ କରାଯିବ । କଟକ, ଭୁବନେଶ୍ବର ଓ ସମ୍ବଲପୁରରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ରହିବ । କଟକରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଆଲର୍ଟ ରହିବେ ବୋଲି କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login