ଭୁବନେଶ୍ୱର : ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ ।
Views: 66