ନୂଆଦିଲ୍ଲୀ : ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ହୋଲିରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ବିରଳ ଚନ୍ଦ୍ରଗ୍ରହଣକୁ ବେଶ ଗୁରୁତ୍ବ ଦିଆଯାଉଛି । ଜ୍ୟୋତିର୍ବିଦ୍ଦଙ୍କ କହିବା ଅନୁସାରେ ଏହା ୧୦୦ ବର୍ଷ ପରେ ଏକ ବିରଳ ସଂଯୋଗ । ତେବେ ଏହି ଚନ୍ଦ୍ରଗ୍ରହଣରେ ଆଜି ଆକାଶରେ ଲାଲ୍ ଚନ୍ଦ୍ର ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ସକାଳ ୯ଟା ୨୯ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୨୯ ଯାଏଁ ଚାଲିବ । ଆଉ ଏହାରି ଭିତରେ ଦିନ ୧୧ଟା ୨୯ରୁ ଦିନ ୧ଟା ୧ ମିନିଟ୍ ମଧ୍ୟରେ ଆକାଶରେ ଲାଲ୍ ଜହ୍ନ ଦେଖାଦେବାର ସମ୍ଭାବନା ରହିଛି । ବିରଳ ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ଲାଲ୍ ଦିଶୁଥିବାରୁ ସମସ୍ତେ ଏହି ବିରଳ ଦୃଶ୍ୟ ଦେଖିବାକୁ ଅପେକ୍ଷା କରିଛନ୍ତି । ମାତ୍ର ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେଉନଥିବାରୁ ଲାଲ୍ ଚନ୍ଦ୍ରକୁ ଦେଖି ପାରିବେନି ଲୋକେ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ବରଂ ଏହି ଚନ୍ଦ୍ରଗ୍ରହଣ ଉତ୍ତର-ଦକ୍ଷିଣ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ।
Views: 43